Aji ra rasiphala

 ପଞ୍ଜିକା

 *ଆଜିର ତିଥି ଏବଂ ରାଶିଫଳ* 
~~~~~~~~~~~~~~~~~~~~~
*ଅଦ୍ୟ ଅକ୍ଟୋବର  ୧୮ ତାରିଖ  ୨୦୧୮ମସିହା*
*(ଗୁରୁବାର)*         
ଶକାବ୍ଦ -୧୯୪୦
ସମ୍ବତ -୨୦୭୫
ସାଲ-୧୪୨୬
ସମ୍ବତ୍ସର -ପରିଧାବୀ
ଦକ୍ଷିଣାୟନ -ଶରତଋତୁ
ଆଶ୍ବିନ -ଶୁକ୍ଳପକ୍ଷ
ତିଥି -ନବମୀ ଦିବା ଘ୦୨/୫୮ ପର୍ଯ୍ୟନ୍ତ ତଦନ୍ତେ ଦଶମୀ 
ନକ୍ଷତ୍ର-ଶ୍ରବଣା ରାତ୍ର  ଘ୧୨/୫୫ ପର୍ଯ୍ୟନ୍ତ ତଦନ୍ତେ ଧନିଷ୍ଠା 
ଚନ୍ଦ୍ର - ମକର
ଯୋଗ -ଧୃତି
କରଣ -କୈ।ଳବ 
ସୂର୍ଯ୍ୟ - ତୁଳା ୦୨ ଦିନ          ******************
ଅଦ୍ୟ ପିଠେ ବିଶ୍ରାମ ଓ ମୃଣ୍ମୟୀ ଦେବୀଙ୍କ ନବମୀ ପୂଜା
******************
ସୁର୍ୟୋଦୟ -ପ୍ରାତଃ ଘ୦୫/୪୫/୩୭
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୮/୧୮ 
---------------------------
ଯୋଗିନୀ  ପୂର୍ବେ ଦିବା ଘ୦୨/୫୮ଗତେ ଉତ୍ତରେ
ସିଂହ ରାଶିର ଘାତଚନ୍ଦ୍ର
ତୁଳା ଓ କୁମ୍ଭ  ରାଶିର ଘାତବାର
ଅଦ୍ୟ ନବମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
--------------------------------                କାଳବେଳା ଓ ବାରବେଳା - ଦିବା ଘ୦୨/୫୭ଗତେ
ଘ ୦୬/୦୬  ମଧ୍ୟେ
******************
 ** *ଅମୃତବେଳା* - * ଦିବା  ଘ୧୦/୨୦ ଗତେ ଘ୧୧/୫୩  ମଧ୍ୟେ*  ଓ  ଘ୦୧/୨୮ଗତେ ଘ୦୩/୦୧ ମଧ୍ୟେ*
 *ମାହେନ୍ଦ୍ର ବେଳା-*  ଦିବା ଘ୦୭/୧୨ ମଧ୍ୟେ*  ଓ ଘ୧୧/୫୩ଗତେ ଘ୧/୨୭  ମଧ୍ୟେ*
********************
ଅଦ୍ୟ  ଲାଉ ଓ କଳମଶାଗ  ଭକ୍ଷଣ ନିଷେଧ
**********************
- *ଆଜିର ଭଲମନ୍ଦବିଚାର-
ମେଷ - ଅଶାନ୍ତି
ବୃଷ -  କ୍ଳେଷ
ମିଥୁନ -  କାର୍ଯ୍ୟବାଧା
କର୍କଟ - ଆଘାତ
ସିଂହ -ଶାନ୍ତି ଲାଭ
କନ୍ୟା -ସମସ୍ୟା ସମାଧାନ
ତୁଳା -ଅପଯଶ
ବିଛା -ବନ୍ଧୁ ବିଛେଦ
ଧନୁ -ସୁସମ୍ପର୍କ
ମକର - ଆନନ୍ଦ
କୁମ୍ଭ -ଅସ୍ଥିରତା
ମୀନ -ଅର୍ଥାଗମ
***********
ଆଜିର ଦିନଟି ସମସ୍ତଙ୍କ ପାଇଁ ଶୁଭ ତଥା ମଙ୍ଗଳପ୍ରଦ ହେଉ                            *ଜୟଶ୍ରୀରାମ*
🌅🌅🌅🌅🌅🌅🌅🌅🌅🌅
*ଜାଣନ୍ତୁ ଆଜିର ରାଶିଫଳ ବିଚାର କିପରି ବିତିବ ଆପଣଙ୍କ ଦିନ ତା=୧୮-୧୦-୨୦୧୮*
☆☆☆☆☆☆☆☆☆☆☆☆☆☆☆☆
*▪ମେଷ:* ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ଧନଲାଭର ଯୋଗ ରହିଛି। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ସ୍ବାସ୍ଥ୍ୟ ବଢ଼ିଆ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଶାରଳା।

*▪ବୃଷ:* ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ବିରଜା।

 *▪ମିଥୁନ:* ଆଜି କିଛି ନୂଆ ଅନୁଭବ କରି‌େବ। ପଇସା ଯେମିତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍‌ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବୁଢ଼ୀଠାକୁରାଣୀ।

*▪କର୍କଟ:* ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ। ହୋଟେଲ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଗାୟତ୍ରୀ।

*▪ସି˚ହ:* ମାଆ ଦୁର୍ଗାଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧୢାନ ଦିଅନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

 *▪କନ୍ୟା:* ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ। ଶୁଭରଙ୍ଗ: ସବୁଜ। ଆରାଧନା: ପ୍ରଭୁ ଶ୍ରୀ ଜଗନ୍ନାଥ।

*▪ତୁଳା:* ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବିଦ୍ୟୁତ୍ ବ୍ୟବସାୟୀମାନେ ବଡ଼ ଡିଲ୍‌ କରିପାରନ୍ତି। ବାହନ କିଣିବା ଲାଗି ମନ ବଳିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ଭଦ୍ରକାଳୀ।

*▪ବିଛା:* ଊର୍ଜାର ସ୍ତର ଉଚ୍ଚା ରହିବ। କୌଣସି କାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଆଇନକାନୁନ ମାମଲାର ସହଜରେ ସମାଧାନ ହୋଇଯିବ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଙ୍ଗଳା।

 *▪ଧନୁ:* ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ବିରଜା।

 *▪ମକର:* ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧରେ ମଧୁରତା ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ବରୀ।

*▪କୁମ୍ଭ:* ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍‌ କରିବେ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ। ଶୁଭରଙ୍ଗ: ନୀଳ। ଆରାଧନା: ସନ୍ତୋଷୀ ମାତା।

*▪ମୀନ:* ଆଧୢାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ

Post a Comment

0 Comments