ବ୍ଲକ କାର୍ଯ୍ୟାଳୟ ପରିସରରେ ହିତାଧିକାରୀ ମାନଙ୍କୁ ରାସନ କାର୍ଡ ବଣ୍ଟନ :-
ଅସ୍ତରଙ୍ଗ : ଅଜି ଅସ୍ତରଙ୍ଗ ବ୍ଳକ କାର୍ଯ୍ୟାଳୟ ପରିସରରେ ହିତାଧିକାରୀ ମାନଙ୍କୁ ରାସନ କାର୍ଡ ବଣ୍ଟନ କରାଯାଇଛି ।ଅସ୍ତରଙ୍ଗ ବ୍ଲକରେ ରାଜ୍ୟ ସରକାରଙ୍କ ଦ୍ଵାରା ଲାଗୁ କରାଯାଇଥିବା ଖାଦ୍ୟସୁରକ୍ଷା ଆଇନ ରେ ୫୧୨ ଜଣ ହିତାଧିକାରୀଙ୍କୁ ରାସନକାର୍ଡ ବଣ୍ଟନ କରାଯାଇଛି ।ଯାହା ଫଳରେ ଦୁଇ ହଜାରରୁ ଉନ୍ଧ ଲୋକଙ୍କୁ ସାମିଲ କରାଯାଇଛି ।ମଙ୍ଗଳବାର ଅସ୍ତରଙ୍ଗ ବ୍ଲକ ପରିସରରେ ଆୟୋଜିତ ରାସନକାର୍ଡ ବଣ୍ଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ ଯୋଗଦେଇ “ଆମ ସରକାର କଥାରେ ନୁହେଁ କାମରେ ବିଶ୍ୱାସ କରେ” ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିସୁତି ରଖିଛନ୍ତି ,ରାଜ୍ୟରେ କୌଣସି ଗରିବ ରହିବେ ନାହିଁ ବାର୍ତା ସଫଳ ରୁପାୟନ କରିଛନ୍ତି ବୋଲି ଜନ ସାଧାରଣଙ୍କୁ ସୂଚନା ଦେବାସହ ସରକାର ଆରମ୍ଭ କରିଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତି ମୟୀ ଦଳାଇ, ଜିଲ୍ଲା ପରିଷଦ ସଭ୍ୟ ଗଦାଧର ବିଶ୍ୱଳ, ଏହି ଉତ୍ସବର ସଭାପତି ବିଡ଼ିଓ ମନୋଜ ବେହେରା ଓ ବ୍ଲକ ଖାଦ୍ୟ ଯୋଗାଣ ଅଧିକାରୀ ଅକ୍ଷୟ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ରାସନକାର୍ଡ ବଣ୍ଟନ ଉତ୍ସବରେ ବ୍ଲକ ଅଧ୍ୟକ୍ଷ ସ୍ୱାଧିନ କୁମାର ନାୟକ ଓ ଅସ୍ତରଙ୍ଗ ବ୍ଲକର ୧୪ ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟକୁ ଦେଖିବାକୁ ମିଳିନଥିଲା । ଅନ୍ୟ ପକ୍ଷରେ ଆଜି ହିତାଧିକାରୀ ମାନଙ୍କୁ ଦିଆଯାଇ ଥିବା ରାସନକାର୍ଡରେ ଅନ୍ୟମିତତା ହୋଇ ଥିବା ନେଇ ଚର୍ଚ୍ଚା ଜୋର ଧରି ଥିବାବେଳେ । କେତେକ ରାସନକାର୍ଡ ପାଇଁ ଥିବା ହିତାଧିକାରୀଙ୍କ ପରିବାର ସଦସ୍ୟ । ସରକାରୀ ଚାକେରୀଆ ଓ ଧନୀ ଲୋକ ଥିବା ଜଣାପଡିଛି । ଏହି ଅନ୍ୟମିତତାରେ ପଞ୍ଚାୟତ ଅଧିକାରୀଙ୍କ ସମ୍ପୃକ୍ତି ଥିବା ନେଇ ଚର୍ଚ୍ଚା ଜୋର ଧରିଛି ।


0 Comments